Posts

ଓଡ଼ିଆ କଣ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି କି?

ଭାବିଲେ ଦେଖି ଜଣେ ଓଡିଶା ବାହାରେ ଥିବା ଲୋକ ଟିଏକୁ ଗୋଟିଏ ଓଡ଼ିଆ ଲୋକ ମିଳିଯିବ, ତ ସେ କଣ କରିବ। ୭୦ ପ୍ରତିଶତ ଲୋକ ଖୁସି ହେବେ, ମାତ୍ର ଅନ୍ୟ ୩୦ ପ୍ରତିଶତଙ୍କର ଅସୁବିଧା ଅବା କଣ? ସେମାନେ କଣ ଚାହାନ୍ତିନି ଓଡ଼ିଆ ବୋଲି ନିଜକୁ ପରିଚିତ କରାଇବା ପାଇଁ। ନା ସେପରି ଜମା ନୁହଁ, ସେମାନେ ଡରି ଯାନ୍ତି, ଭାବନ୍ତି ଯଦି ୟାକୁ ଚିନ୍ହିଲି ଆଉ କଥା ହେଲି, ତାହେଲେ ବନ୍ଧୁତ୍ୱ ବଢ଼ିବ ଆଉ ସେ ମୋତେ ନିଶ୍ଚୟ ଦିନେ ନା ଦିନେ ସାହାଯ୍ୟ ମାଗିବ। ସେମାନେ ସାହାଯ୍ୟ କରିବାକୁ ଯେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ତାପଛରେ କାରଣ ବା କଣ ହୋଇପାରେ। ସେମାନେ କଣ ଆଗରୁ ଏପରି ବିଶ୍ୱାସ କରି ଠକିଛନ୍ତି। ସେମାନେ କଣ ଅନ୍ୟ ଚିନ୍ତାରେ ବ୍ୟସ୍ତ, ସେମାନେ କଣ ଅମଣିଷ। ନା, ସେମିତି ଜମା ବି ନୁହଁ। ସେମାନଙ୍କ ମନରେ ରହିଛି ଭୟ। ଏପରି ଘଟଣା ପ୍ରଥମ ନୁହେଁ ତାଙ୍କ ପାଇଁ। ସେମାନେ ଆଗରୁ ମଧ୍ୟ ଠକି ସାରିଛନ୍ତି। କାହାରି ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣ ହୋଇସାରିଛନ୍ତି। ଏଠାରେ ଏବେ ମୁଁ ଏକ ପ୍ରକୃତ କାହାଣୀ କହିବାକୁ ଚାଁହୁଛି। ଏହା ମୋ ନିଜ ଜୀବନର ଘଟଣା ନୁହଁ, ମୁଁ ଅଙ୍ଗେ ଲିଭାଇଥିବା ବ୍ୟକ୍ତିଙ୍କ ମୁଂହରୁ ଶୁଣିଛି। ସେହି ବୁକ୍ତି ଜଣକ ଭୁବନେଶ୍ୱରରେ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ଏହା ତାଙ୍କ ଜୀବନରେ ଆଣିଥିବା ଏକ ପରିବର୍ତ୍ତନ ର କାହାଣୀ। ଥରେ ହଠାତ କମ୍ପାନୀ କାମରେ ତାଙ୍କୁ ଜର୍ମାନୀ ଯିବାକୁ ପଡ଼ିଲା, ତାଙ୍କ ସାଙ୍ଗରେ ତାଙ୍...
Recent posts