ଭାବିଲେ ଦେଖି ଜଣେ ଓଡିଶା ବାହାରେ ଥିବା ଲୋକ ଟିଏକୁ ଗୋଟିଏ ଓଡ଼ିଆ ଲୋକ ମିଳିଯିବ, ତ ସେ କଣ କରିବ। ୭୦ ପ୍ରତିଶତ ଲୋକ ଖୁସି ହେବେ, ମାତ୍ର ଅନ୍ୟ ୩୦ ପ୍ରତିଶତଙ୍କର ଅସୁବିଧା ଅବା କଣ? ସେମାନେ କଣ ଚାହାନ୍ତିନି ଓଡ଼ିଆ ବୋଲି ନିଜକୁ ପରିଚିତ କରାଇବା ପାଇଁ। ନା ସେପରି ଜମା ନୁହଁ, ସେମାନେ ଡରି ଯାନ୍ତି, ଭାବନ୍ତି ଯଦି ୟାକୁ ଚିନ୍ହିଲି ଆଉ କଥା ହେଲି, ତାହେଲେ ବନ୍ଧୁତ୍ୱ ବଢ଼ିବ ଆଉ ସେ ମୋତେ ନିଶ୍ଚୟ ଦିନେ ନା ଦିନେ ସାହାଯ୍ୟ ମାଗିବ। ସେମାନେ ସାହାଯ୍ୟ କରିବାକୁ ଯେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ତାପଛରେ କାରଣ ବା କଣ ହୋଇପାରେ।
ସେମାନେ କଣ ଆଗରୁ ଏପରି ବିଶ୍ୱାସ କରି ଠକିଛନ୍ତି। ସେମାନେ କଣ ଅନ୍ୟ ଚିନ୍ତାରେ ବ୍ୟସ୍ତ, ସେମାନେ କଣ ଅମଣିଷ।
ନା, ସେମିତି ଜମା ବି ନୁହଁ। ସେମାନଙ୍କ ମନରେ ରହିଛି ଭୟ। ଏପରି ଘଟଣା ପ୍ରଥମ ନୁହେଁ ତାଙ୍କ ପାଇଁ। ସେମାନେ ଆଗରୁ ମଧ୍ୟ ଠକି ସାରିଛନ୍ତି। କାହାରି ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣ ହୋଇସାରିଛନ୍ତି।
ଏଠାରେ ଏବେ ମୁଁ ଏକ ପ୍ରକୃତ କାହାଣୀ କହିବାକୁ ଚାଁହୁଛି। ଏହା ମୋ ନିଜ ଜୀବନର ଘଟଣା ନୁହଁ, ମୁଁ ଅଙ୍ଗେ ଲିଭାଇଥିବା ବ୍ୟକ୍ତିଙ୍କ ମୁଂହରୁ ଶୁଣିଛି। ସେହି ବୁକ୍ତି ଜଣକ ଭୁବନେଶ୍ୱରରେ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ଏହା ତାଙ୍କ ଜୀବନରେ ଆଣିଥିବା ଏକ ପରିବର୍ତ୍ତନ ର କାହାଣୀ।
ଥରେ ହଠାତ କମ୍ପାନୀ କାମରେ ତାଙ୍କୁ ଜର୍ମାନୀ ଯିବାକୁ ପଡ଼ିଲା, ତାଙ୍କ ସାଙ୍ଗରେ ତାଙ୍କର ଏକ ଅଧସ୍ତନ କର୍ମଚାରୀ ମଧ୍ୟ ଗଲେ। ସେମାନେ ଜର୍ମାନୀ ବିମାନ ବନ୍ଦରରେ ଓଲ୍ହାଇବା ପରେ ସେ ଟିକେ ପାଖରେ ଥିବା ବାର କାଉଣ୍ଟର କୁ ଗଲେ। ସେଠାରେ ମଦ ପିଇବା ପରେ ସେ ହୋଟେଲକୁ ଯିବା ପାଇଁ ସ୍ଥିର କଲେ। ହେଲେ ସେ କଣ ଦେଖନ୍ତି, ତାଙ୍କ ଆସବାବପତ୍ର ଥିବା ଟ୍ରଲି ବ୍ୟାଗ ଟି ଆଉ ସେଠି ନାହିଁ।
ହଠାତ ତାଙ୍କର ହୋସ ଉଡ଼ିଗଲା, ଏବେ ସେ କରିବେ କଣ। ତାଙ୍କ ପାଖରେ ଜର୍ମାନୀ ଦେଶର ଅଳ୍ପ କିଛି ନୋଟ ଥାଏ, କିନ୍ତୁ ଇଣ୍ଟରନେସନଲ ଡେବିଟ କାର୍ଡ଼ ନଥାଏ, ଏପରିକି ପାସପୋର୍ଟ, ଭିସା, ଆଉ ରିଟର୍ଣ୍ଣିଂ ଟିକେଟ ବି ଲଗେଜେ ସହିତ ଚୋରି ହୋଇଯାଇଥିବାରୁ ସେ ଭାଙ୍ଗି ପଡିଲେ।
ତାଙ୍କ ଅଧଠନ କର୍ମଚାରୀ ଜଣକ ଜିତେ ହ୍ୟାଣ୍ଡ ବ୍ୟାଗ ରଖିଥିଲେ ଯେଉଁଥିରେ ତାଙ୍କ ଜିନିଷ ସୁରକ୍ଷିତ ଥିଲା, ହେଲେ ଟିଛକେଟ ଆଉ ପଇସା ନଥିଲା ତାଙ୍କ ପାଖରେ। ଅଜଣା ଦେଶ ଫୋନେ ବି ଚଳାଉ ନାହାନ୍ତି କାରଣ ରୋମିଂରେ ଅନେକ ପଇସା ଲାଗେ।
କିଛି ସମୟ ବସି ଚିନ୍ତା କରିବା ପରେ ସେମାନେ ସ୍ଥିର କଲେ କମୁନିଟି ହଲକୁ ଯିବେ ଆଉ ସେଠି କିଛି ବ୍ୟବସ୍ଥା କରିବେ। ଜର୍ମାନୀ ଦେଶରେ ଇଂରାଜୀ ଚାଲେ ନାହିଁ। ସେଠାରେ ରାସ୍ତା ଖୋଜିବା ପାଇଁ ତାଙ୍କୁ ବହୁ ଅସୁବିଧା ର ସାମ୍ନା କରିବାକୁ ପଡ଼ିଲା।
ମାତ୍ର ସେମାନେ ସେଠାରେପହଁଚିଲେ ଆଉ କିଛି ସମୟ ବସିବା ଭିତରେ ଜଣେ ପଞ୍ଜାବୀ ବ୍ୟକ୍ତିଙ୍କୁ ଦେଖିଲେ। ତାଙ୍କୁ ଯାଇ ପଚାରିଲେ ଯେ ଆପଣ କଣ ଭାରତୀୟ। ସେ ହଁ ଭରିଲେ, ସେଠୁ ଏମାନେ ହିନ୍ଦୀରେ ତାଙ୍କ ସହ ନିଜ ଅବସ୍ଥା ବିଷୟରେ ଆଲୋଚନା କରିଲେ, ପଞ୍ଜାବୀ ବ୍ୟକ୍ତି ଜଣକ ହଠାତ ହଡ଼ ବଡ଼ ହୋଇଗଲେ, ପରେ ସେ ସେମାନଙ୍କୁ ନିଜ କାରରେ ବସାଇ ଗୋଟିଏ ହୋଟେଲକୁ ନେଇଗଲେ।
ସେହି ହୋଟେଲଟି ମଧ୍ୟ ଜଣେ ପଞ୍ଜାବୀ ବ୍ୟକ୍ତିଙ୍କର ସେଠାରେ ତାଙ୍କର ରହିବା ବ୍ୟବସ୍ଥା ଟିକେ ଶସ୍ତାରେ କରାଇ ଦେଲେ। ଏବେ ବି ଚିନ୍ତା ଯାଇ ନଥାଏ ଏମାନଙ୍କର, କାରଣ ପଇସା ସରି ସାରୀ ଯାଉଛି। ସେମାନେ ସେଠୁ ସେ ପଞ୍ଜାବୀ ବ୍ୟକ୍ତିଙ୍କୁ ଟିକେ ଗୋଟେ ଇ-ମେଲ କରିବାକୁ ଅନୁରୋଧ କଲେ। ପଞ୍ଜାବୀ ବ୍ୟକ୍ତି ଜଣକ ନିଜ କାରରୁ ଲାପଟପ ଅନି ଦେଲେ ଆଉ ଏମାନେ ନିଜ କମ୍ପାନୀ ଲୋକଙ୍କୁ ଖବର ଦେଲେ ନିଜ ଅସୁବିଧା ବିଷୟରେ।
କମ୍ପାନୀ ଲୋକ ମାନେ ଏହାକୁ ଏକ ବଡ଼ ଅସୁବିଧା ଭାବେ ଗ୍ରହଣ କଲେ କାରଣ ଏମାନେ ଯେଉଁ ଦେଶକୁ ଯାଇଛନ୍ତି ଗୋଟିଏ ବିଜିନେସ ଡିଲ କରିବା ପାଇଁ ସେଠାରେ ଏବେ ଏମାନେ ନିଜ ପରିଚୟ ପତ୍ର ତଥା ଏ ଟି ଏମ କାର୍ଡ଼ ହଜାଇ ଦେଇଛନ୍ତି। ତଥାପି ସେମାନେ ଗୋଟେ ରାତି ଅପେକ୍ଷା କରିବାକୁ କହିଲେ। ଏମାନେ ତାପରେ ସେଠି ହୋଟେଲ ରେ ରହିଲେ ଆଉ ପଞ୍ଜାବୀ ବ୍ୟକ୍ତି ଜଣକ ବିଦାୟ ନେଲେ।
ରାତିଟିକୁ ଏମାନେ ବହୁ କଷ୍ଟରେ ଅତିବାହିତ କଲେ। ସକାଳ ହେବା ମାତ୍ରେ ଏମାନେ କ୍ଲାଏଣ୍ଟ କୁ ଦେଖା ନକରି ଆଗେ ଇଣ୍ଡିଆନ ଆମ୍ବେସୀ ଯିବାକୁ ସ୍ଥିର କଲେ। ଆମ୍ବେସୀ ରେ ପହଁଚିବା ପରେ ସେଠି ଏମାନଙ୍କର ୫/୬ ଘଣ୍ଟା ଏମିତି କଟିଗଲା କିଛି ଉପାୟ ବାହାରିଲା ନାହିଁ। ସେମାନଙ୍କୁ ପୁଣି ଜାଳି ଆସିବାକୁ କୁହାଗଲା। ଏପରିକି ଟେମ୍ପୋରାରୀ ପାସପୋର୍ଟ ମଧ୍ୟ ମିଳିଲା ନାହଁ।
ସେଠୁ ନିରାଶ ହୋଇ ଆସି ଏମାନେ ଏକ ରାସ୍ତା କଡ଼ ଚେୟାରରେ ବସିଥାନ୍ତି ହଠାତ ଏକ ଯୁବକ ଆସି ତୁମେ କଣ ଭାରତୀୟ ବୋଲି ଇଂରାଜୀରେ ପଚାରିଲେ। ଏମାନେ ହଁ ଭରିଲେ। ସେ ପଚାରିଲେ କେଉଁଠୁ। ଏମାନେ କହିଲେ ଓଡ଼ିଶ।ତାପରେ ସେ ଓଡ଼ିଆରେ ପଚାରିଲେ ଓଡ଼ିଶାର କେଉଁଠୁ। ଏହା ପରେ ଏମାନଙ୍କ ଖୁସି କହିଲେ ନସରେ। ସତେକି ଦେବ ଦୂତ ମିଳିଗଲେ ଏମାନଙ୍କୁ।
ଏମାନେ ନିଜ ଅସୁବିଧା ସବୁ ଗୋଟି ଗୋଟି କରି କହିଲେ। ତାପରେ ଯୁବକ ଜଣକ କହିଲେ ଠୀକ୍ ଅଛି ମୋ ସାଙ୍ଗରେ ଅସ ମୋ ରୁମ କୁ ଯିବା। ଏମାନେ ପ୍ରଥମେ ହୋଟେଲକୁ ଯାଇ ଚେକ ଆଉଟ କରିଲେ ଆଉ ଯୁବକଙ୍କ ସାଙ୍ଗରେ ଚାଲିଲେ। ଯୁବକ ଜଣକ କହିଲେ ଗୋଟିଏ ଡୁନକୁ ଜଣଙ୍କ ପିଚା ୨୫ ଜର୍ମାନୀ ଟଙ୍କା ଲାଗିବ ରହିବ ପାଇଁ। ଏମାନେ ବାଧ୍ୟ ହୋଇ ହଁ ମାରିଲେ। ତାପରେ ଏମଙ୍କୁ ଘର ଦେଖାଇ ସରିବା ପରେ ସେଠାରେ ଛାଡ଼ି ଯୁବକ ଜଣଙ୍କ ନିଜ ଅଫିସ ପଳେଇଲେ।
ଯିବା ଆଗରୁ ଏମାନଙ୍କୁ ନିଜ କମ୍ପୁଟର ଚଳାଇବାକୁ, କିଚେନ ରେ କିଛି ବନେଇ ଖାଇବାକୁ ଅନୁମତି ଦେଇଗଲେ। ଏମାନେ ଖୁସି ହେଲେ ଯେ ଜାଗା ବି ହଉ ଶସ୍ତାରେ ରହିବାକୁ ଜାଗା ଟିଏ ମିଳିଗଲା।
ଦିନ ସାରା କିଛି ବନେଇ ଖାଇବା ପରେ ଏମାନେ ଇମେଲ ଜରିଆରେ ସମ୍ପର୍କ କରିବ ପାଇଁ ସମସ୍ତଙ୍କୁ ଚେଷ୍ଟା କଲେ।
ଯେଉଁ କମ୍ପାନୀରେ ଏମାନେ କାମ କରୁଥିଲେ ସେମାନେ କହିଲେ ଠୀକ୍ ଅଛି ଆମେ ପଇସା ପଠାଇବୁ ଯେ ତୁମେ ପଇସା ପାଇବ କେମିତି, ତୁମର ତ ଆକାଉଣ୍ଟ ନମ୍ବରରେ ଇଣ୍ଟରନାସନଲ ଟ୍ରାଜେକ୍ସନ ସୁବିଧା ନାହିଁ। ତାପରେ ଏଟିଏମ କାର୍ଡ଼ ବି ହଜାଇ ଦେଇଛ। ଏମାନେ ଅତ୍ୟଧିକ ଚିନ୍ତାଗ୍ରସ୍ତ ହୋଇ ପଡ଼ିଲେ। ନିରୁପାୟ ହୋଇ ଘରେ ଥାଆନ୍ତି। ସନ୍ଧ୍ୟାରେ ଏହି ଓଡ଼ିଆ ଯୁବକ ଜଣଙ୍କ ଅଫିସରୁ ଫେରିଲେ।
ସେ ଏମାନଙ୍କୁ ଦିନ କେମିତି କଟିଲା ବୋଲି ପଚାରିଲେ। ଏମାନେ ପୁଣି ଏମାନଙ୍କ ଅସୁବିଧା ବଖାଣିଲେ। ସେ ଏମାନଙ୍କୁ ପ୍ରସ୍ତାବ ଦେଲେ ତାଙ୍କ ଆକାଉଣ୍ଟରେ ପଇସା ମଗେଇବା ପାଇଁ। ସେତେବେଳେ ଏହି ପ୍ରସ୍ତାବରେ ରାଜି ହେବା ଛଡ଼ା ଅନ୍ୟ ଉପାୟ ନଥିଲା।
ରାତିରେ ସେ ନିଜେ ଭୋଜନ ପ୍ରସ୍ତୁତ କରିଲେ ଆଉ ତିନି ଜଣ ମିଶି ଖାଇଲେ ଓ ଶୋଇ ପଡ଼ିଲେ। ସକାଳୁ ସେ ଅଫିସ ଯିବା ପୂର୍ବରୁ ନିଜ ଆକାଉଣ୍ଟ ନମ୍ବର ଦେଇଗଲେ। ଏମାନେ ପ୍ରଥମେ କମ୍ପାନୀ ଠୁଁ ପଇସା ମଗେଇଲେ ଓ ପରେ ଆମ୍ବେସୀ ଯିବା ପାଇଁ ବାହାରିଲେ।
ଆମ୍ବେସୀ ଲୋକ ଆଉ ୨ ଦିନ ସମୟ ମାଗିଲେ ଘଟଣା କୁ ସମାଧାନର ବାଟ ବାହାର କରିବା ପାଇଁ। ଏପଟେ କମ୍ପାନୀ ଲୋକ ମାନେ ମଧ୍ୟ ଅକାଉଣ୍ଟାଣ୍ଟ ଛୁଟିରେ ଅଛନ୍ତି, ଅନ୍ୟ ଅକାଉଣ୍ଟାଣ୍ଟ ଆସିଲେ ହବ ଏପରି ଲେଖି ଇମେଲ କଲେ। ଏମାନେ ୟା ଭିତରେ ୨ ଦିନ ହେବ ବହୁ ଅସୁବିଧା ର ସାମ୍ନା କରି ସାରିଥିଲେ ଯଦିଓ ତଥାପି ବିଚଳିତ ନହୋଇ ଘରେ ରହିବାକୁ ସ୍ଥିର କଲେ।
ପୁଣି ଗୋଟେ ଦିନ କଟିଗଲା। ଯୁବକ ଜଣକ ଅଫିସରୁ ଘରକୁ ଆସିଲେ ଏବଂ ଏମାନଙ୍କ ଦିନ କେମିତି କଟିଲା ବୋଲି ପ୍ରଶ୍ନ କଲେ। ଏହି ଲୋକ ମାନେ ନିଜ ଅସୁବିଧା ଜଣାଇଲେଓ କହିଲେ ଭାଇ ଆମ ପାଖରେ ଯାହା ଅଳ୍ପ କିଛି ଅର୍ଥ ଥିଲା ତା ବି ସରିଲାଣି, ଏବେ ଆଉ କିଛି ବୁଦ୍ଧି ବାଟ ଦେଖା ଯାଉନି। ସବୁ ଶୁଣି ଯୁବକ ଜଣକ କହିଲେ କିଛି ନାହିଁ ଆପଣ ମୋ ଠୁଁ କିଛି ଅର୍ଥ ନିଅନ୍ତୁ ଏବଂ ରଖନ୍ତୁ। ଏମାନେ କହିଲେ ଭାଇ ଏତେ ଅସୁବିଧାରେ ଏମିତି ସାହାଯ୍ୟ କର୍ବରୁ ଅନେକ ଧନ୍ୟ ବାଦ। ତୁମେ ନଥିଲେ ଆମର ଯେ କଣ ହୋଇ ଥାନ୍ତା। ସେ କହିଲେ କିଛି ନାହିଁ ଏକ ସାଙ୍ଗରେ ଫେରେଇ ଦେବେ।
ଆର ଦିନ ସକାଳେ ସେ ଅଫିସ ନଯାଇ ଛୁଟି ନେଲେ ଆଉ ୟାଙ୍କ ସାଙ୍ଗରେ ପ୍ରଥମେ ଆମ୍ବେସୀ ଗଲେ। ସେଠାରେ ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ତଥା ଜର୍ମାନୀର ଚିହ୍ନି ଥିବା ଲୋକ ହିସାବରେ ଆବଶ୍ୟକୀୟ କାଗଜ ପତ୍ରରେ ସାଇନ କଲେ। ସେଦିନ ୟଙ୍କର ଟେମ୍ପୋରାରୀ ପାସପୋର୍ଟ ହେଇଗଲା। ଆଉନିଜ ଦେଶ ଫେରିବାକୁ ଭିସା ଦରକାର ନାହିଁ ବୋଲି କହିଲେ। ସେତେବେଳକୁ ସେ ଯୁବକଙ୍କ ଆକାଉଣ୍ଟରେ ପଇସା ମଧ୍ୟ ଆସିଯାଇଥାଏ। ସେମାନେ ମିଶି ଟିକେଟ କରିବାକୁ ଗଲେ। ଟିକେଟ ହୋଇଗଲା ପରେ ସବୁ ମିଶି ଘରକୁ ଆସିଲେ। ଏମାନେ ଜିନିଷପତ୍ର ନେଇ କ୍ଲାଏଣ୍ଟ କୁ ଭେଟିବା ପାଇଁ ବାହାରିଲେ। ସେ ଲୋକ ଜଣକ ପଇସା ଦେଲାବେଳେ କହିଲେ ସବୁ ରଖନ୍ତୁ ଗଲା ବେଳେ ଦେଇ ଦେବେ।
କ୍ଲାଏଣ୍ଟ ପାଖରେ ସବୁ କାମ ସରିଲା ପରେ ଏମାନେ ଏୟାରପୋର୍ଟ ଚାଲିଲେ। ବ୍ୟସ୍ତତା ଭିତରେ ସେ ଯୁବକ ଜଣଙ୍କର ଫୋନ ନମ୍ବର ଆଣିବାକୁ ଏମାନେ ଭୁଲି ଗଲେ। ଏପରିକି ଆକାଉଣ୍ଟ ନମ୍ବର ଖାଲି ଥିଲା ଆଉ କିଛି ନୁହେଁ। ସନ୍ଧ୍ୟାରେ ଏମାନେ ବିମାନ ଯୋଗେ ପ୍ରତ୍ୟାବର୍ତ୍ତନ କଲେ।
ଭାରତ ଫେରିବା ପରେ ଏମାନେ ପ୍ରଥମେ ସେ ଆକାଉଣ୍ଟରେ ଅର୍ଥ ପଠାଇବାର ବ୍ୟବସ୍ଥା କଲେ। ତଥାପି ସେ ଓଡ଼ିଆ ଯୁବକ ଜଣଙ୍କର ସାହାଯ୍ୟ କହିବା ବେଳେ ଏହି ବ୍ୟକ୍ତି ଜଣଙ୍କର ଆଖି ନରମି ଯାଇଥିବା ଲକ୍ଷ୍ୟ କରିଲି।
ଏହି କାହାଣୀ ରେ କେବଳ ପାତ୍ର ମାନଙ୍କର ନାମ ଗୋପନ ରଖାଯାଇଛି ବାକି ଆଉ ସବୁ ଘଟଣା ସମ୍ପୂର୍ଣ ସତ୍ୟ।
ଆପଣଙ୍କୁ ଭଲ ଲାଗିଲେ, ମତାମତ ପଠାନ୍ତୁ। ଆଗକୁ ଆମେ ଲେଖିବକୁ ଅନୁପ୍ରାଣିତ ହେବୁ।
---------------

Comments
Post a Comment